ଚର୍ଚ୍ଚାରେ ୱେବ୍ ସିରିଜ୍ “୭୨ ଆୱାର୍ସ: ଲାଇଫ୍ ଅର୍ ଡେଥ୍‌”

Sharing

ତରଙ୍ଗ ପ୍ଲସର ପ୍ରଥମ ୱେବ ସିରିଜ୍ “ଚୁମ୍ବକ” ସୁପରହିଟ ହେବା ପରେ ଆଉ ଏକ ୱେବ୍ ସିରିଜ୍ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି । ଯାହାର ନାମ ରହିଛି “୭୨ ଆୱାର୍ସ: ଲାଇଫ୍ ଅର୍ ଡେଥ୍‌” । ଯାହାର ଟ୍ରେଲର କିଛି ଦିନ ପୂର୍ବେ ରିଲିଜ୍ ହୋଇଯାଇଛି । ଟ୍ରେଲରକୁ ନେଇ ଏବେ ଚର୍ଚ୍ଚାରେ ଏହି ୱେବ ସିରିଜ୍ ଟି ।

ଏହି ଟ୍ରେଲରେ ନିଜ ଝିଅକୁ ବଂଚାଇବାକୁ ଯାଇ ବାପା କେଉଁ ସବୁ ପରିସ୍ଥିତିର ସାମ୍ନା କରୁଛି ଏବଂ ତାକୁ କେଉଁଭଳି କାର୍ଯ୍ୟ କରିବାକୁ ପଡୁଛି । ଫୋନିକ୍ସ ୍‌ଫିଲ୍ମ ଲ୍ୟାବ ବ୍ୟାନର ତଳେ ନିର୍ମାଣ ହୋଇଥିବା ଏହି ସିରିଜ୍ ର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଜୟ ପାଢ଼ି । ଏଥିରେ ଲିଡ ରୋଲରେ ଅଛନ୍ତି ମନୋଜ ମିଶ୍ର, ଅନୁ ଚୌଧୁରୀ, କାବ୍ୟା କିରନ୍‌, ମିହିର ଦାସ ଓ ଅଙ୍କିତ୍ ଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିଛି । ଏହି ସିରିଜ୍ ରେ ମିହିର ଦାସଙ୍କୁ ନେଗେଟିଭ୍ ଭୂମିକାରେ ଦେଖିବାକୁ ମିଳିଛି । ଏହାର ଟ୍ରେଲରକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି ଦର୍ଶକ ।