କୋରୋନା ଭାଇରସ୍ ରୁ ସୁରକ୍ଷିତ ପାଇଁ ଗୀତ ଜରିଆରେ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅପିଲ

Sharing

ବିଶ୍ୱ ରେ ବର୍ତ୍ତମାନ କୋରୋନା ମହାମାରୀର ଆତଙ୍କ। ଏହି ଭାଇରସରେ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ କଟକଣା କରି ଲୋକମାନଙ୍କ ମଧ୍ୟରେ ଏହାର ସଂକ୍ରମଣ କମ କରିବା ପାଇଁ ଚେଷ୍ଟା ଚଳାଇଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସନ୍ତାକାଲି ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳିବାକୁ ଅପିଲ କରିଛନ୍ତି।

ଆଉ ଏହାକୁ ଦେଶରେ ବିଭିନ୍ନ ବର୍ଗର ଲୋକମାନେ ଏପରିକି ଫିଲ୍ମ ଷ୍ଟାର, ସ୍ପୋର୍ଟସ ଷ୍ଟାର, ସାହିତ୍ୟିକ ଓ ଅନ୍ୟମାନେ ସମର୍ଥନ କରିବା ପାଇଁ ଲୋକମାନଙ୍କୁ ଅପିଲ କରିବାରେ ଲାଗିଛନ୍ତି। ଇତିମଧ୍ୟରେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ପାଢୀ ।

ସେ ଏକ ଶାନଦାର ଗୀତ ମାଧ୍ୟମରେ ସାରା ଓଡ଼ଶୀବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ସେ ପ୍ରଶଂସକଙ୍କୁ ସୁରକ୍ଷିତ ରହିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି ।