ନିଜ କ୍ରସ କୁ ନେଇ ଗୁମର ଖୋଲିଲେ ସାରା

Sharing

ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଚର୍ଚ୍ଚିତ ରୋମାଣ୍ଟିକ ଫିଲ୍ମ ‘ଲଭ ଆଜକଲ’ ଶୁକ୍ରବାର ତଥା ଭାଲେଣ୍ଟାଇନ ଡେରେ ରିଲିଜ୍ ହୋଇଯାଇଛି । ଫିଲ୍ମରେ ତାଙ୍କ ସହ ପ୍ରଥମଥର ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ କାର୍ତ୍ତିକ ଆର୍ୟନ। ଯାହାକୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ।

ସାରା ବର୍ତ୍ତମାନ ଫିଲ୍ମର ପ୍ରମୋଶନରେ ଅଛନ୍ତି ବ୍ୟସ୍ତ । ‘ଲଭ ଆଜକଲ’ ବ୍ୟତୀତ ସେ ବରୁଣ ଧୱନଙ୍କ ଆଗାମୀ ଫିଲ୍ମ ‘କୁଲି ନମ୍ବର ୧’ରେ ନଜର ଆସିବେ। ଫିଲ୍ମରେ ସେ କରିସ୍ମା କପୁରଙ୍କ ରୋଲରେ ଅଭିନୟ କରିବେ।

ଏକ ସାକ୍ଷାତକାରରେ ‘କୁଲି ନମ୍ବର ୧’ରେ ଆଲୋଚନା କରି ସାରା କହିଥିଲେ ଯେ ଡେଭିଡ ସାରଙ୍କ ସଟେ ଏନର୍ଜିଭରା ହୋଇଥାଏ । ଏମିତି ଲାଗୁଛି ଯେ ଆପଣ ୯୦ ଦଶକରେ ପହଞ୍ଚିଯାଇଛନ୍ତି । ଏହି କାରଣ ପାଇଁ ‘କୁଲି ନମ୍ବର ୧’ ସେଟରୁ ସୁଟିଂ କରିବାର ଖୁବ୍ ମଜା ଲାଗୁଛି। କରିସ୍ମାଙ୍କ ଉପରେ ତାଙ୍କର ଜବରଦସ୍ତ କ୍ରସ ଥିଲା। ତାଙ୍କର ସବୁ ଗୀତକୁ ସେ ଆଜି ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ଆଉ ସେ ବହୁତ ଖୁସି ଅଛନ୍ତି ଯେ ପରଦାରେ କରିସ୍ମାଙ୍କ ରୋଲକୁ ସେ ରିକ୍ରିଏଟ କରୁଥିବାରୁ।

ପ୍ରକାଶ ଥାଉକି ‘କୁଲି ନମ୍ବର ୧’ ବ୍ୟତୀତ ସାରା ଆନନ୍ଦ ଏଲ ରାୟଙ୍କ ଅପକମିଂ ଫିଲ୍ମ ଅନରଙ୍ଗୀରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମରେ ତାଙ୍କ ସହ ସାଉଥ ସୁପରଷ୍ଟାର ଧନୁଷ ଓ ଖିଲାଡି ଅକ୍ଷୟ କୁମାର ମଧ୍ୟ ଦେଖାଯିବେ । ନିକଟରେ ଏହି ଫିଲ୍ମର ଘୋଷଣା ହୋଇଥିଲା ।