ଡିସେମ୍ବରରେ ଆଲିଆ- ରଣବୀର ବାହାଘର !

Sharing

ଡେଟିଂ, ଖୁଲ୍ଲମଖୁଲ୍ଲା ପାର୍ଟି ଆଟେଣ୍ଡ ପରେ ଏବେ ରିଲେସନସିପ୍‌ ଉପରେ ମୋହର ଲଗାଇବେ ବଲିଉଡ୍‌ର ଦୁଇ ଲଭ୍‌ବାର୍ଡ । ଆମେ ଏଠାରେ କହୁଛୁ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ କଥା । ଦୁଇ ବର୍ଷର ସିରିୟସ ରିଲେସନସିପ୍‌ ପରେ ଆଲିଆ- ରଣବୀର ଆସନ୍ତା ଡିସେମ୍ବରରେ ବିବାହ କରିବାକୁ ମନସ୍ଥିର କରିଥିବା  ଖବର ଆସିଛି । ଆଉ ଚର୍ଚ୍ଚା ବି ବଢିଛି । କାରଣ ରଣବୀର-ଆଲିଆଙ୍କ ବିବାହ ବଲିଉଡ୍‌ର ଏକ ବଡ଼ ଖବର ଏବଂ ଯାହାକୁ ଅନେକ ପ୍ରଶଂସକ ଅପେକ୍ଷା ବି କରିଛନ୍ତି । ଏକ ମ୍ୟାଗାଜିନ୍‌ର ଲେଖାରେ  ଆଲିଆ ଏବଂ ରଣବୀର  ବିବାହ ବନ୍ଧନରେ ଆବଧ ହେବାକୁ ନିଷ୍ପତ୍ତି ନେଇ ସାରିଥିବା ବେଳେ, ଉଭୟଙ୍କ ପୁରା ପରିବାରକୁ ଡିସେମ୍ବରରେ  ଏକ ତାରିଖ ଲାଗି ପ୍ରସ୍ତୁତ ରହିବାକୁ ବି ମେସେଜ ଯାଇସାରିଲାଣି ବୋଲି ପ୍ରକାଶ ପାଇଛି ।

ବ୍ରହ୍ମାସ୍ତ୍ର ପରେ ବିବାହ । ଅର୍ଥାତ ବିଗ୍ ବଜେଟ୍ ଫିଲ୍ମ ବ୍ରହ୍ମାସ୍ତ୍ର ର ରିଲିଜ ପରେ ବିବାହ ବନ୍ଧନରେ ଆବଧ ହେବେ ଆଲିଆ- ରଣବୀର । ଆୟନ ମୁଖାର୍ଜୀ ନିର୍ଦ୍ଦେଶିତ ତଥା କରଣ ଜୋହରଙ୍କ ପ୍ରଯୋଜିତ ସୁପରହିରୋ ସିନେମା ବ୍ରାହ୍ମାସ୍ତ୍ରରେ ଲିଡ୍‌ ରୋଲ୍‌ରେ ଅଛନ୍ତି ଏହି ଲଭ୍‌ବାର୍ଡ । ବ୍ରହ୍ମାସ୍ତ୍ର ସୁଟିଂ ସେଟ୍‌ରେ ହିଁ ସେମାନଙ୍କ ଘନିଷ୍ଠତା ଅଧିକ ହେଲା ବୋଲି କୁହାଯାଏ । କେବଳ ସିନେମା ସେଟ୍‌ କିମ୍ବା ପାର୍ଟି  ଫଙ୍କସନ ନୁହେଁ କପୁର ଖାନଦାନର ବିଭିନ୍ନ କାର୍ଯ୍ୟକ୍ରମରେ ବି ଆଲିଆଙ୍କୁ ରିଶି କପୁର – ନୀତୁ ସିଂ ଓ ରଣବୀରଙ୍କ ସହ ଦେଖିବାକୁମିଳୁଥିଲା ବାରମ୍ବାର । ସେହି ରିଲେସିନସିପ୍‌କୁ ଏବେ ମୋହର ମାରିବେ ମହେଶ ଭଟ୍ଟ ତନୟା ଆଲିଆ ଆଉ ରିଶିଙ୍କ ଏକ ମାତ୍ର ପୁଅ  ରଣବୀର ।ବ୍ରହ୍ମାସ୍ତ୍ର ଡିସେମ୍ବର ୪ ତାରିଖରେ ରିଲିଜ ହେବ । ତାପରେ ହିଁ ବିବାହ କରିପାରନ୍ତି ଆଲିଆ-ରଣବୀର ।

ବାହାଘର ପାଇଁ ପ୍ରସ୍ତୁତି ଆରମ୍ବ ହୋଇଗଲାଣି । ସଂପର୍କୀୟଙ୍କୁ ଦିନ ଧାର୍ଯ୍ୟ ଲାଗି କୁହାସରିଲାଣି । ତେବେ ବାହାଘର କେଉଁଠି ହେବ ଆଉ ତାର କାର୍ଯ୍ୟକ୍ରମ କ’ଣ କ’ଣ ରହିବ ତାହା ଚୁଡାନ୍ତ ହୋଇନି ।ବାହାଘର ମୁମ୍ବାଇରେ ହେବ କି ବାହାରେ କେଉଁଠି ହେବ ତାହା ବି ସ୍ପଷ୍ଟ ହୋଇନି । ତେବେ ବାହାଘର ଖବର ଏବେ ଉଡୁଥିବା ବେଳେ ରଣବୀର-ଆଲିଆଙ୍କ ପ୍ରତିକ୍ରିୟା ଆସିନାହିଁ ।

ନିକଟରେ ଅରମାନ ଜୈନ ଏବଂ ଅନିଶା ମାଲହୋତ୍ରାଙ୍କ ବିବାହ ଉତ୍ସବରେ ନୀତୁ ସିଂଙ୍କ ସହ ଆଲିଆ ଏବଂ ରଣବୀର ଏକାଠି ଯୋଗଦେଇଥିଲେ । ସେମାନଙ୍କ ବଡି କେମେଷ୍ଟ୍ରି କେବଳ ଇଣ୍ଟିମେଟ ରିଲେସନସିପ୍‌ ନୁହେଁ ପୁରା ପକ୍କା ରିଲେସନର ସୂଚନା ହିଁ ଦେଉଥିଲା । ତେବେ ଅସୁସ୍ଥତା ପାଇଁ ଡାକ୍ତରଖାନାରେ ଥିବା ରିଶି କପୁରଙ୍କୁ ସେମାନଙ୍କ ସହ ଦେଖିବାକୁ ମିଳିନଥିଲା । ଆଗରୁ ଶୁଣାଯାଉଥିଲା ଆଲିଆ- ରଣବୀର ଆସନ୍ତା ଶୀତ ଋତୁରେ ବିବାହ କରିପାରନ୍ତି । ତେଣୁ ଡିସେମ୍ବର ଖବର ପକ୍କା ମନେହେଉଛି ।

ଯଦିଓ ରଣବୀରଙ୍କ ସହ ସଂପର୍କ ନେଇ ଆଲିଆ ତାହାକୁ ବନ୍ଧୁତ୍ବ ବୋଲି କହିଆସୁଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ରିଲେସନ ଏବଂ ତାରା ଓ ବାଦଲଙ୍କ ମେଳରେ ବୁଲୁଥିବା  ଆଲିଆ କହିବା ଘଟଣାରୁ କିନ୍ତୁ ତାଙ୍କ ଦୁହିଁଙ୍କ ମଧ୍ୟରେ ସଂପର୍କ ନେଇ ସନ୍ଦେହ ନଥିଲା । ଯଦିଓ ଅନେକ ଥର ଦୁହିଁଙ୍କ ବିବାହ ନେଇ ଖବର ଆସିଛି ।କିନ୍ତୁ ଏଥର ଏଥିରେ କିଛି ଜୋଶ୍ ଅଛି ।