ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି ଏବେ କ୍ୟାନ୍‌ସରରେ ପୀଡିତ

Sharing

ଜଣକ ପରେ ଜଣେ ସେଲିବ୍ରିଟି କ୍ୟାନ୍‌ସର ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି। ବଲିଉଡ୍‌ର ଫିଲ୍ମ ନିର୍ମାତା ରାକେଶ ରୋଶନ ଏବେ କ୍ୟାନ୍‌ସର ରେ ପୀଡିତ ବୋଲି ସୂଚନା ମିଳିଛି।ରାକେଶଙ୍କ ପୁଅ ହ୍ରିତିକ ରୋଶନ ସୋସିଆଲ ମିଡିଆ ମାଧ୍ୟମରେ ଏହା ଜଣାଇଛନ୍ତି। ଗଳା କ୍ୟାନସରରେ ପୀଡିତ ରାକେଶ ସର୍ଜରୀ ପାଇଁ ଯିବା ପୂର୍ବରୁ ଜିମ୍‌ ଆସି ଓ୍ବାର୍କ ଆଉଟ୍‌ କରିଥିଲେ। ଏହି ସମୟରେ ପିତାଙ୍କ ସହ ଏକ ଫଟୋ ଓ ବାର୍ତ୍ତା ଶେୟାର କରି ହ୍ରିତିକ କହିଛନ୍ତି ମୋ ପିତାଙ୍କ ଭଳି ଜଣେ ହିରୋ ଆମ ପରିବାରକୁ ମିଳିଥିବାରୁ ଆମେ ଗର୍ବିତ। ତେବେ ପିତାଙ୍କର ଗଳା କ୍ୟାନ୍‌ସର ପ୍ରଥମ ଅବସ୍ଥାରେ କିଛି ସପ୍ତାହ ପୂର୍ବରୁ ଚିହ୍ନଟ ହୋଇଛି ଓ ରାକେଶ ଏହାକୁ ନିର୍ଭୟରେ ସାମ୍ନା କରିଥିବାରୁ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା ରଖିଛନ୍ତି ପୁଅ ହ୍ରିତିକ।