ଖୁବଶୀଘ୍ର ରିଲିଜ ହେବ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ

Sharing

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ପିଏମ ନରେନ୍ଦ୍ର ମୋଦିର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରରେ ନରେନ୍ଦ୍ର ଦାମଦୋର ଦାସ ମୋଦିଙ୍କ ଚରିତ୍ରରେ ବିବେକ ଓବରୟ ନଜରକୁ ଆସିଛନ୍ତି । ବିବେକ ଓବରୟଙ୍କ ଏହି ଲୁକ୍ ନରେନ୍ଦ୍ର ମୋଦିଙ୍କ ଲୁକ୍ ସହ ମେଳ ଖାଉଛି । ପୋଷ୍ଟରରେ ପଛପଟେ ରାଷ୍ଟ୍ରୀୟ ଧ୍ୱଜ ଫରଫର ହୋଇ ଉଡୁଥିବା ବେଳେ ଫିଲ୍ମର ଟ୍ୟାଗଲାଇନ ମଧ୍ୟ ସାମ୍ନାକୁ ଆସିଛି । ଦେଶଭକ୍ତି ହି ମେରି ଶକ୍ତି ଫିଲ୍ମର ଟ୍ୟାଗଲାଇନ ଥିବା ବେଳେ ଏହାକୁ ୨୩ଟି ଭାଷାରେ ରିଲିଜ କରାଯାଇଛି । ୨୦୧୯ ପୂର୍ବରୁ ଏହି ଫିଲ୍ମ ମୋଦିଙ୍କ ପାଇଁ ମାଷ୍ଟର ଷ୍ଟ୍ରୋକ ସାବ୍ୟସ୍ତ ହୋଇପାରେ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଲଞ୍ଚ କରିଛନ୍ତି ।