ରାମ ଗୋପାଲ ବର୍ମାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର’ ରେ ଓଡିଆ ଝିଅ ରାଣୀଙ୍କ ଜଲୱା

Sharing

ପୁଣି ବଲିଉଡରେ ଦେଖିବାକୁ ମିଳିବ ଓଲିଉଡର ଅଭିନେତ୍ରୀଙ୍କ ଯାଦୁ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା । ଫେମସ ନିର୍ମାତା ରାମ ଗୋପାଲ ବର୍ମାଙ୍କ ଆଗାମୀ ବଲିଉଡ ଫିଲ୍ମ ‘ଥ୍ରୀଲର’ ରେ ନିଜ ଜଲୱା ଦେଖାଇବେ ଓଡିଆ ଝିଅ ଅପସରା ରାଣୀ । ରାମ ଗୋପାଲ ପ୍ରସ୍ତୁତ ହୋଇସାରିଲେଣି ରାଣୀଙ୍କୁ ନିଜ ଫିଲ୍ମ ଜରିଆରେ ଦର୍ଶକଙ୍କୁ ଦେଖାଇବା ପାଇଁ । ଏହାର ସୂଚନା ଦେଇ ରାମ ସୋସିଆଲ ମିଡିଆରେ ତାଙ୍କ ଅନେକ ବୋଲ୍ଡ ଫଟୋ ସେୟାର କରିଛନ୍ତି ।

ଫିଲ୍ମର ଘୋଷଣା କରି ରାମ ଟୁଇଟରେ ରାଣୀଙ୍କ ଫଟୋ ସେୟାର କରିଛନ୍ତି । ସେହିପରି ଏହାର କ୍ୟାପସନରେ ଲେଖିଛନ୍ତି, ‘ଆମ ଆଗାମୀ ଫିଲ୍ମର ହିରୋଇନ ଅପସରା ରାଣୀ । ଫିଲ୍ମର ଟାଇଟେଲ ଥ୍ରିଲର । ଫିଲ୍ମ କ୍ଲାଇମ୍ୟାକ୍ସ ଓ ନେକଡର ସଫଳତା ପରେ ଆମେ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛୁ ।

ସେହିପରି ସେ ଆଉ ଏକ ଟୁଇଟରେ ରାଣୀଙ୍କ ବିଷୟରେ ଲେଖିଛନ୍ତି, ‘ଅପସରା ରାଣୀ ଓଡିଶାର । ଯିଏ ଡେରାଡୁନରେ ଜନ୍ମିତ । ହେଲେ ଏବେ ସେ ହାଇଦ୍ରାବାଦରେ ରହୁଛନ୍ତି । ସେ ଜଣେ ଶାନଦାର ଡାନ୍ସର ହେବା ସହ ଭଲ ଅଭିନେତ୍ରୀ ମଧ୍ୟ । ଯାହାକୁ ଫିଲ୍ମରେ ସାମିଲ କରି ମୁଁ ବହୁତ ଖୁସି ।’