ଜୋରସୋରରେ ସୁଟିଂ ଚାଲିଛି “ଫ୍ଲପ ସିନେମା”

Sharing

ଓଲିଉଡରେ ଏକ ଭିନ୍ନ କାହାଣୀକୁ ନେଇ ନିର୍ମାଣ ହେଉଛି “ଫ୍ଲପ ସିନେମା” । ଫିଲ୍ମର ନାମ ଟିକେ ଅଲଗା ରହିଛି । ଓଲିଉଡର ମଲ୍ଟି ଟ୍ୟାଲେଂଟେଡ୍ ହିରୋ ବବି ମିଶ୍ର ଏହି ଫିଲ୍ମର ପ୍ରଯୋଜନା ଭାର ତୁଲାଇଛନ୍ତି ।

ଓଲିଉଡ ଜଗତରେ କେଉଁ କାରଣରୁ ଫିଲ୍ମ ଫ୍ଲପ ହେଉଛି, ଏଭଳି କିଛି କାହାଣୀକୁ ନେଇ “ଫ୍ଲପ ସିନେମା” ର ସୁଟିଂ ଜୋରସୋରରେ ଚାଲିଛି । ଏଥିରେ ଲିଡ ରୋଲରେ ଅଛନ୍ତି ସମ୍ବିତ ଓ ରିୟା । ଫିଲ୍ମରେ ବବି ମିଶ୍ର ପ୍ରଯୋଜନା ଭାର ତୁଲାଇବା ସହ ଅଭିନୟ ମଧ୍ୟ କରିଛନ୍ତି । ଏହା ବ୍ୟତୀତ ଫିଲ୍ମରେ ପିଂଟୁ ନନ୍ଦ, ଶ୍ରୀତମ ଭଳି କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ ।