ଆଦିତ୍ୟଙ୍କ ସହ ବିବାହକୁ ନେଇ ନେହାଙ୍କ ବଡ ଖୁଲାସା

Sharing

ପପୁଲାର ଗାୟିକା ନେହା କକ୍କଡ ଓ ଆଦିତ୍ୟ ନାରାୟଣଙ୍କ ବିବାହ ଖବର ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିଲା । ସିଙ୍ଗିଂ ରିୟାଲିଟି ଶୋ’ ଇଣ୍ଡିଆନ ଆଇଡଲ ସେଟରେ ଦୁଇ ଜଣଙ୍କ ବିବାହର ଅନେକ ବିଧି-ବିଧାନ ଦେଖିବାକୁ ମଧ୍ୟ ମିଳିଥିଲା । ହେଲେ ଇତିମଧ୍ୟରେ ଦୁଇଜଣଙ୍କ ବିବାହ ଖବର ଉପରେ ଫୁଲ ଷ୍ଟପ ଲାଗିଛି । କାରଣ ନେହା ଘୋଷଣା କରିଛନ୍ତି ଯେ ଆଦିତ୍ୟ ତାଙ୍କୁ ନୁହେଁ ବରଂ ଆଉ କାହାକୁ ବିବାହ କରିବାକୁ ଯାଉଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ନେହା କହିଥିଲେ ଆଦିତ୍ୟ ଜଣେ ଭଲ ବ୍ୟକ୍ତି । ଦୁଇ ଜଣଙ୍କ ବିବାହ ଚର୍ଚ୍ଚା କେବଳ ଉଡା ଖବର ଥିଲା । ଆଦିତ୍ୟ ତାଙ୍କର ଭଲ ବନ୍ଧୁ । ଆଉ ଏବର୍ଷ ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବିବାହ କରିବେ । ସେ ଦୀର୍ଘ ସମୟରୁ ରିଲେସନଶିପରେ ଅଛନ୍ତି । ଖୁବଶୀଘ୍ର ନିଜ ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବେ । ସୁଖଦ ଜୀବନ ପାଇଁ ସେ ଆଦିତ୍ୟଙ୍କୁ ଶୁଭକାମନା ଜଣାଉଛନ୍ତି ।

ପ୍ରକାଶ ଥାଉ କି ନିକଟରେ ଶୁଣିବାକୁ ମିଳୁଥିବା ଚଳିତ ମାସ ୧୫ ତାରିଖରେ ଦୁଇ ଜଣଙ୍କ ବିବାହ ବନ୍ଧନରେ ଆବଦ୍ଧ ହେବେ । ନେହାଙ୍କ ଏପରି ବୟାନ ପରେ ବର୍ତ୍ତମାନ ଏହି ଖବର ଉପରେ ଫୁଲ ଷ୍ଟପ ଲାଗିଯାଇଛି । ଆଦିତ୍ୟ ଓ ନେହାଙ୍କ ବିବାହ ଚର୍ଚ୍ଚା କେବଳ ଇଣ୍ଡିଆନ ଆଇଡଲ ୧୧ର ଟିଆରପି ବଢାଇବା ପାଇଁ କରାଯାଉଥିଲା । ଖାଲି ଏତିକି ନୁହେଁ ଶୋ’ରେ ଆଦିତ୍ୟଙ୍କ ପିତା ତଥା ଫେମସ ଗାୟକ ଉଦିତ ନାରାୟଣ ମଧ୍ୟ ନେହାଙ୍କୁ ନିଜ ଘର ବୋହୂ ରୂପେ ଦେଖିବା ନେଇ ଖୁସି ଥିଲେ।