ବିବାହ କଲେ ନେହା-ଆଦିତ୍ୟ!; ଭିଡିଓ ଭାଇରାଲ

Sharing

ବଲିଉଡ୍‌ ସିଙ୍ଗର ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ବିବାହ ଚର୍ଚ୍ଚା ଖୁବ ଜୋର ସୋରରେ ଚାଲିଛି। ଉଭୟ ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିବେ ବୋଲି ଖବର ଆସିଥିଲା। ତେବେ ସେମାନଙ୍କ ବିବାହର ଭିଡିଓ ଭାଇରାଲ ହୋଇଛି। ସେମାନଙ୍କ ବାହାଘର ସରିଯାଇଛି। ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ର ସେଟ୍‌ରେ ଏହି କାହାଣୀ ଆରମ୍ଭ ହୋଇଥିଲା ଓ ସେହି ମଞ୍ଚ ଉପରେ ହିଁ ଦୁହିଁଙ୍କର ବିହାହ ସମ୍ପନ୍ନ ହୋଇଯାଇଛି।

 

View this post on Instagram

 

All set for the wedding!!#adityanehakishaadi #AdityaNarayan #NehAditya #NehuWedsAdi #NehaKakkar #indianidol11

A post shared by Neha Aditya (@_nehaaditya_) on Feb 12, 2020 at 12:11pm PST

ଏବେ ସୋସିଆଲ ମିଡିଆରେ ବିବାହର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଆଦିତ୍ୟ ଓ ନେହା ପରସ୍ପରଙ୍କୁ ମାଳ ପିନ୍ଧାଉଥିବା ଦେଖିବାକୁ ମିଳିଛି। ସେମାନଙ୍କ ସହ ଶୋ’ର ଜଜ୍‌ ବିଶାଲ୍‌ ଦଦ୍‌ଲାନୀ, ହିମେଶ ରେଶମିଆ ଓ ପ୍ରତିଯୋଗୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ହେଲେ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ନାହାନ୍ତି। ତେଣୁ ଏହା କେବଳ ଶୋ’ର ଟିଆର୍‌ପି ବଢ଼ାଇବା ପାଇଁ କରାଯାଇଛି। ନିକଟରେ ଆଦିତ୍ୟଙ୍କ ବାପା ଉଦିତ୍‌ ମଧ୍ୟ ଏହି କଥାର ଖୁଲାସା କରିଛନ୍ତି।

ଏହି ଏପିସୋଡ୍‌ରେ ହିମେଶଙ୍କ ପତ୍ନୀ ସୋନିଆ କପୁର ମଧ୍ୟ ସାମିଲ ହୋଇଛନ୍ତି। ନିକଟରେ ନେହା-ଆଦିତ୍ୟଙ୍କର ଏକ ମ୍ୟୁଜିକ୍‌ ଭିଡିଓ ‘ଗୋଆ ବିଚ୍‌’ ମଧ୍ୟ ରିଲିଜ୍‌ ହୋଇଯାଇଛି। ‘ଗୋଆ ବିଚ୍‌’ ଗୀତଟିକୁ ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କଡ଼ ଗାଇଛନ୍ତି। ଗୀତରେ ଆଦିତ୍ୟ ଓ ନେହାଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଗୀତଟିକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି। ପୂରା ଗୀତର ଭିଡିଓ ଶୁଟିଂ ଗୋଆର ସମୂଦ୍ରକୂଳରେ ହୋଇଛି। ନେହା ଆଦିତ୍ୟଙ୍କ ରୋମାନ୍ସ ଏବେ ବେଶ ଚର୍ଚ୍ଚାରେ ଅଛି।