ମା’ ହେବାର ଅନୁଭୂତି କହିଲେ କଲ୍କି

Sharing

ଅଭିନେତ୍ରୀ କଲ୍କି କୋଚଲିନ ନିକଟରେ ବେବି ଗାର୍ଲର ମା’ ସାଜିଛନ୍ତି । ଝିଅର ଜନ୍ମ ପରେ କଲ୍କି ନିଜ ଡିଲିଭରି ଏକ୍ସପିରିୟନ୍ସ ସହ ସମ୍ପୃକ୍ତ ଥିବା ଅନେକ ଜିନିଷ ସୋସିଆଲ ମିଡିଆରେ ସେୟାର କରୁଥିବାର ନଜର ଆସୁଛନ୍ତି ।

କଲ୍କି ୱାଟର ବର୍ଥ କରିଥିଲେ । ଏବେ ସେ ୱାଟର ବର୍ଥ ସହ ସମ୍ପୃକ୍ତ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘doula ଏହି ଶବ୍ଦର ଅର୍ଥ ଯଦି ମତେ ଜଣାନଥାଆନ୍ତା ତେବେ ମୁଁ ବେବିକୁ ଜନ୍ମ ଦେଇନଥାଆନ୍ତି । ଏହା ଗ୍ରୀକ ଶବ୍ଦ। ଏହା ଜଣେ ମହିଳାର ମହିଳା ପାଇଁ ସପୋର୍ଟ ସିଷ୍ଟମ । ଗର୍ଭବତୀ ସମୟ ପାଇଁ । ମତେ ଏହାର ଫଙ୍କସନ ବିଷୟରେ ଜଣାନଥିଲା । ସେହି ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ମୁଁ ଗର୍ବବତୀ ହୋଇନଥିଲି । ଏଥିରେ କୌଣସି ଫର୍କ ପଡୁନାହିଁ କି ଆପଣ ଏହା ବିଷୟରେ କେତେ ପଢିଛ । ଏହା ପାଇଁ ପ୍ରସ୍ତୁତି କେତେ କରିଛ କିମ୍ବା ଡାକ୍ତରଙ୍କୁ ପଚାରିଛ । ଶିଶୁ ଜନ୍ମ ସମୟରେ ବହୁତ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥାଏ ।’

‘doula ମସାଜ ଦିଅନ୍ତି, ନିଶ୍ବାସ ନେବାର ଟେକ୍ନିକ ଶିଖାଆନ୍ତି । ଆଉ ଲେଭର ସମୟରେ ଏକ୍ସରସାଇଜ ବିଷୟରେ କହିଥାଆନ୍ତି । ଏହି ଫଟୋରେ ମୁଁ doulaଙ୍କ ସହ ଅଛି । ସୋନମ ଡେଲିଭରି ସମୟରେ ମୋର ପୁରା ସାହାଯ୍ୟ କରିଥିଲେ । ମୋ ହାତ ଧରିବସିଥିଲେ ଆଉ ମତେ ଗାଇଡ କରିଥିଲେ ।’