ଆଇଟମ୍ ସଙ୍ଗରେ ଠୁମକା ଲଗାଇଲେ ଜୀନା

Sharing

ଓଲିଉଡର ବେଶ୍ ଜଣାଶୁଣା ଅଭିନେତ୍ରୀ ଜୀନା ଏବେ ଏକ ଆଇଟମ୍ ସଙ୍ଗରେ ଠୁମକା ଲଗାଉଥିବାର ଦର୍ଶକ ଦେଖିବାକୁ ପାଉଛନ୍ତି । ପ୍ରଥମ ଥର ଲାଗି ଆଇଟମ୍ ଡାନ୍ସ କରିଛନ୍ତି ଜୀନା। ‘ତାଣ୍ଡବ’ ସିନେମାରେ ଜୀନାଙ୍କ ଉପରେ ପିକଚରାଇଜ୍ ହୋଇଥିବା ଆଇଟମ୍ ଗୀତଟି ହେଲା ‘ବାମ୍ଫ ନେଇନକି…’।

ଅଗ୍ନିରାଜ କିଶୋର ଏହାର ସଂଗୀତକାର ଏବଂ ପ୍ରବୀର କୁମାର ଗୀତିକାର। ଏଥିରେ କଣ୍ଠଦାନ କରିଛନ୍ତି ତାରିକ୍ ଅଜିଜ୍। ବବି ଇସଲାମ୍ ଏହାର କୋରିଓଗ୍ରାଫି କରିଛନ୍ତି। ଏହି ଗୀତରେ ଜୀନାଙ୍କର ଜବରଦସ୍ତ ନାଚ ରହିଛି। ତା’ଛଡ଼ା ଏଥିରେ ଅଭିନେତା ସମ୍ଭବ ଏବଂ ମନୋଜ ମିଶ୍ରଙ୍କୁ ଦେଖିବାକୁ ମିଳିବ। ପୃଥ୍ଵୀରାଜ ପଟ୍ଟନାୟକ ଏହି ସିନେମାର ନିର୍ଦେଶକ। ସନ୍ଦୀପ ସାହୁ ଏହାର ପ୍ରଯୋଜକ।