ୱେବସିରିଜ୍ ରେ ଦିବ୍ୟାଦିଶା

Sharing

ଓଲିଉଡର ଜଣାଶୁଣା ନାୟିକା ଦିବ୍ୟାଦିଶାଙ୍କ ଏକ ୱେବ୍ ସରିଜ୍ ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି। ଏହାର ଶୀର୍ଷକ ହେଲା ‘ଚୁମ୍ବକ’। ଏଥିରେ ତାଙ୍କ ସହ ତମନ୍ନା, ଆର୍ଯ୍ୟନ୍ ଏବଂ ସାନୁ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ନିର୍ଦେଶକ ହେଲେ ସୁଶାନ୍ତ ମଣି। ଏଥିରେ ଦିବ୍ୟାଦିଶା ପ୍ରଥମ ଥର ଲାଗି ନିର୍ଦେଶକ ସୁଶାନ୍ତ ମଣିଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି।

ସୂଚନାଯୋଗ୍ୟ, ଦିବ୍ୟାଦିଶାଙ୍କୁ ଦର୍ଶକ  ଚାରିଟି ଓଡ଼ିଆ ସିନେମା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’, ‘ତୁ କହିଦେ ଆଇ ଲଭ ୟୁ’, ବାଳ –ଦ ରିଦିମ୍ ଅଫ୍ ଲାଇଫ୍ ’ ଏବଂ ‘ମିଷ୍ଟର ମଜନୁ’ରେ ଦେଖିବାକୁ ପାଇଥିଲେ। ଏଥିମଧ୍ୟରୁ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଓ ‘ମିଷ୍ଟର ମଜନୁ’ରେ ସେ ନାୟକ ବାବୁସାନ୍, ‘ତୁ କହିଦେ ଆଇ ଲଭ ୟୁ’ରେ ରାକେଶ ଏବଂ ‘ବାଳ –ଦ ରିଦିମ୍ ଅଫ୍ ଲାଇଫ୍’ରେ ସମୀରଙ୍କ ସହ ନଜର ଆସିଥିଲେ।