ଆରପାରିରେ ବର୍ଷୀଆନ ଅଭିନେତା ବିଜୟ ମହାନ୍ତି

Sharing

ଆରପାରିରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ସୋମବାର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।ଏହି ବର୍ଷୀଆନ୍ ଅଭିନେତାଙ୍କୁ ମୃତ୍ୟୁବେଳକୁ ୭୦ ବର୍ଷ ବୟସ ହୋଇଥିଲା । ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ବିଜୟ ମହାନ୍ତି ଅଭିନେତା ଓ ନିର୍ଦ୍ଦେଶକ ଭାବେ ସଫଳ ହୋଇଥିବା ବେଳେ ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତେବେ ହାଇଦ୍ରାବାଦରେ ଚିକିତ୍ସାଧିନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ଓଡିଶା ଅଣାଯାଇଥିଲା । ଏଠାରେ ପୁଣି ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଜି ସନ୍ଧ୍ୟାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।