ଜନତା କର୍ଫ୍ୟୁ ପାଳନ କରିବାକୁ ଅନୁରୋଧ କଲେ ସବ୍ୟସାଚୀ

Sharing

କୋରୋନା ଭାଇରସରେ ସଂକ୍ରମିତ ହେବାରେ ଲାଗିଛନ୍ତି ଜନସାଧାରଣ । ଏହି ଭାଇରସକୁ ନେଇ ଭୟଭୀତ ପୁରା ବିଶ୍ୱ। ଭାରତରେ କୋରୋନା ଭାଇରସ ପାଇଁ ଅନେକ ଲୋକଙ୍କ ଜୀବନ ଚାଲିଗଲାଣି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଗୁରୁବାର ଦିନ ଜନତା କର୍ଫ୍ୟୁ ଘୋଷଣା କରିଥିଲେ । ଯାହାର ସମର୍ଥନ କରିଛନ୍ତି ଅନେକ ବଲିଉଡ ସେଲିବ୍ରିଟି।

ସୋସିଆଲ ମିଡିଆରେ ଭିଡିଓ ସେୟାର କରି ନିଜ ନିଜ ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବା ସହ ଜନତା କର୍ଫ୍ୟୁ ପାଳନ କରିବାକୁ ଅପିଲ କରିଛନ୍ତି କଳାକାର। ବର୍ତ୍ତମାନ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଓଲିଉଡର ଫେମସ ଆକ୍ଟର ସବ୍ୟସାଚୀ ମିଶ୍ର।

ସେ ମଧ୍ୟ ଏକ ଭିଡିଓ ମାଧ୍ୟମରେ ଜନସାଧାରଣଙ୍କୁ ନିଜକୁ ଆଇସୋଲେଟ କରିବାକୁ କହିଛନ୍ତି । ବର୍ତ୍ତମାନ ସେ ନିଜ ଘରେ ସମୟ ବିତାଉଛନ୍ତି। ନିଜର ଫିଲ୍ମ ସୁଟିଂ, କାର୍ଯ୍ୟକ୍ରମକୁ ସେ ବାତିଲ କରିଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଗଠନର ସବୁ ନିୟମକୁ ମାନିବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

ଓଡ଼ିଶାବାସୀ ଅନେକ ସମସ୍ୟା ଜୀବନରେ ଦେଖିଛନ୍ତି ଆଉ ସାହସ ସହ ତାର ସାମ୍ନା ମଧ୍ୟ କରିଛନ୍ତି । କେବେ ମଧ୍ୟ ହାର ମାନିନାହାଁନ୍ତି ଆଉ ଏବେ କୋରୋନା ସହ ମଧ୍ୟ ଲଢିବେ ବୋଲି କହିଛନ୍ତି ସବ୍ୟସାଚୀ।