ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ଼ ଅଭିନେତ୍ରୀ ଗାର୍ଗୀ ମହାନ୍ତି

Sharing

ବିବାହ କରିଛନ୍ତି ଓଲିଉଡ୍‌ ତଥା ଟେଲି ଅଭିନେତ୍ରୀ ଗାର୍ଗୀ ମହାନ୍ତି। ଗତକାଲି ପିଲାଦିନର ବନ୍ଧୁ ରବିନ୍ଦ୍ର ପାଢ଼ୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ଗାର୍ଗୀ। ଭୁବନେଶ୍ୱର ହୋଟେଲ ପାଲ୍‌ ହାଇଟ୍‌ରେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଛି। ଲକ୍‌ଡାଉନ୍‌ ପାଇଁ ଓଲିଉଡ୍‌ କିମ୍ବା ଟେଲି ଦୁନିଆର ବେଶି କାଳାକାର ଗାର୍ଗୀଙ୍କ ବିବାହରେ ସାମିଲ୍‌ ହୋଇପାରିନଥିଲେ କିନ୍ତୁ ଅନ୍ତରଙ୍ଗ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି।

ଗାର୍ଗୀଙ୍କ ସ୍ୱାମୀ ଜୀ ସାର୍ଥକରେ ମାର୍କେଟିଂ ହେଡ୍‌ ଭାବେ କାର୍ଯ୍ୟ କରୁଥିବାବେଳେ ଅଭିନେତ୍ରୀ ଗାର୍ଗୀ ମଧ୍ୟ ‘ମଞ୍ଜରି’ ଟିଭିରେ କ୍ରିଏଟିଭ୍‌ ହେଡ୍‌ ଭାବେ କାର୍ଯ୍ୟରତ ଅଛନ୍ତି। ସୂଚନା ଅନୁଯାୟୀ, ଗାର୍ଗୀ ୨୦୦୫ ରିଲିଜ୍‌ ହୋଇଥିବା ଫିଲ୍ମ ‘ଅର୍ଜୁନ’ ମାଧ୍ୟମରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ଅଭିନେତା ଅନୁଭବ ମହାନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏଥିସହ ଗାର୍ଗୀଙ୍କୁ ଓଡିଆ ଚଳଚ୍ଚିତ୍ର ‘କ୍ରାନ୍ତିଧାରା’ ଏବଂ ‘ହେ ସଖା’ରେ ଦେଖିବାକୁ ମିଳିଛି। ଫିଲ୍ମ ସହ ଗାର୍ଗୀ କିଛି ମେଗା ଧାରାବାହିକରେ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି। ‘ରାନୀ’, ‘ଟୋପାଏ ସନ୍ଦୁର’, ‘ଗାଏତ୍ରୀ’, ‘ସ୍ପନ୍ଦନ’ ଆଦି କିଛି ଲୋକପ୍ରିୟ ଧାରାବାହିକରେ ସେ ଅଭିନୟ କରିଛନ୍ତି। ଏଥିସହ ଗାର୍ଗୀ କ୍ଷୁଦ୍ର ଚଳଚ୍ଚିତ୍ର ‘କୋକ୍‌ଲି’ରେ ମଧ୍ୟ ଅଭିନୟ କରିଛନ୍ତି।